ମହାନାଟକ




-ସପ୍ତମ ଅଙ୍କ-

ଶେତ୍ବସ୍କନ୍ଧେ ଯାଶୁଖ୍ରୀଷ୍ଟ ଲଦିଦେଲେ ଗୁରୁତର ବୋଝ;

ବାହାରିଲୁ ତେଣୁ ଆମେ ଗଢ଼ିବାକୁ ସୁସଭ୍ୟ ସମାଜ

ଦେଶ ଦେଶାନ୍ତିର ବୁଲି,

ବକ୍ଷସ୍ଥଳେ ଶୋଭାପାଏ ଲମ୍ବକ୍ରୁଶ, ପ୍ରଚାରକ ବ୍ୟାଜ୍,

ଶାନ୍ତ-ସେବା-ତ୍ୟାଗବାଣୀ: ମୂର୍ତ୍ତିମନ୍ତ ସତେ ଧର୍ମରାଜ।

ତାଙ୍କ ପଛେ ପୋତ ବାହି ଦେଶ ଛାଇ ଆସନ୍ତି ବଣିକ;

ବାଣିଜ୍ୟର ନିରାପତ୍ତା ଲାଗି ଲୋଡା ମାରଣା ବନ୍ଧୁକ।

କାଲି ଯିଏ ନତାଜାନୁ ବହିଥିଲା ନବାବର ବୁଟ୍‌,

ଉଦ୍ଧତ ଶିରରେ ତା’ର ଚକ୍‌ମକ୍ ସ୍ବର୍ଦ୍ଧିତ ମୁକୁଟ

ଯୀଶୁଙ୍କର ବୋଝ ଲାଗି ତାକ୍

ର ଏହି ସାମ୍ରାଜ୍ୟ ବିସ୍ତାର।

କମ୍ପାନୀ ଦଖଲ କରେ ଦେଶେ ଦେଶେ ଏକଲା ବଜାର।

କଳାଙ୍କ ବଜାର ପାଇଁ ଲାଗେ ପୁଣି ଗୋରାଙ୍କର କଳି;

ଯୀଶୁଙ୍କ ଅହିଂସା କୁଶେ ଲକ୍ଷ ବୋଦା ନିତି ପଡେ ବଳି।

ଥରି ଉଠେ ଆଫ୍ରିକା ଘଞ୍ଚବନ, ହତଜ୍ଞାନ ଚୀନ

ଚରସ ନିଶାରେ।

ଏଣେ ଭାରତ ପ୍ରାଚୀନ କୂଳୀନ

ସାଇବଙ୍କ ନୀଳଚାଷେ ଉପବାସେ ଖଟେ ଗଳଦ୍‌ଘର୍ମ;

ମାଳୟ ରବରଗଛେ ଯାଚେ ତା’ର ଶସ୍ତାଦର ଶ୍ରମ।

 ଗୋରା ଆମେ ସଭ୍ୟ ଆମେ, ତୁମେ କଳା ଅମିର ଅଧୀନ।

ଶିଳ୍ପୋନ୍ନତ ଆମେ, ତୁମେ ଅନୁନ୍ନତ, ଆମଠାରୁ ଭିନ୍ନ

ଶ୍ବାନଠାରୁ ହୀନ!

ହିଂସ୍ର ସିଂହେ ଉଜ୍ଜୀବିତ ଯୀଶୁ ଦିଏ ସମର ଆହ୍ବନ

’କହ ଖ୍ରୀଷ୍ଟିଆନ!

ତୋ ମୁହଁରେ ଶୋଭାପାଏ ମଣିଷ ଏହି ଅସମ୍ମାନ?

ଲୁଣ କାଇଁ ଖୁଣ୍‌ କର , ଭୋକିଲାର ପଡିକର କାଟ୍‌

ଦରିଦ୍ର ସମ୍ବଳ ଲୁଟି

ଦୁର୍ବଳର ଚିପି ତୋଟି ଆପଣାର ବୋଲାଅ ସମ୍ରାଟ;

ପରଦେଶେ ଧସିପଶି ଚଳାଇଛ ବର୍ବର ବେଉସା;

ଧରିତ୍ରୀର କୋଣେ କୋଣେ ଜଳାଇଛ ହିଂସା ଆଉ ହିଂସା;

ବାଇବେଲ୍‌ ମହାଗ୍ରନ୍ଥୁଁ ଲାଭକର ଏତିକିତ ଶିକ୍ଷା।

ସଭ୍ୟତାର କର କିଆଁ ଏ ବଡିମା, ତୁଚ୍ଛ ଅହମିକା?

ଛାଡ ତୁ ଭାରତ ଛାଡ

ବଂଚିବାର ଅହିଂସା ବିଦ୍ରୋହ

ବ୍ୟାପିଯାଏ ଦେଶ ଦେଶ,

ତୁଟିଯାଏ ଲୁବ୍ଧକର ମୋହ;

ସାମ୍ରାଜ୍ୟର ଜତୁଗୃହ ଜଳିଯାଏ ସତ୍ୟ-ବହ୍ନି-ତେଜେ

ବିପର୍ଯ୍ୟସ୍ତ ଅନ୍ଧକାର ଲୁଚେ ଯଥା ଉଦ୍‌ଭାସିତ ସୂର୍ଯ୍ୟ।

ମନୁଁ ପୋଛିଦିଅ ହିଂସା,ଚିତ୍ତ ତୋର କର ତୁ ନିର୍ମଳ;

ଦୁର୍ବଳ ତୁ ନୋହୁଁ କେବେ, ସ୍ରଷ୍ଟା ତୋର ଅତୁଟ ସମ୍ବଳ।

ବେଦ ଓ କୋରାନ୍‌ କହେ ଏକ ବାର୍ତ୍ତା: କି ଲାଗି କଜିଆ?

ସଭିଙ୍କର ଲାଗି କର୍ତ୍ତା ଗଢ଼ିଛନ୍ତି ବିଶାଳ ଦୁନିଆ-

ଭରିଛନ୍ତି ପ୍ରାଣେ ପ୍ରାଣେ ମହାଶକ୍ତି, ଅନନ୍ତ ଉଚ୍ଛ୍ବାସ;

ପ୍ରତିଦେଶ, ପ୍ରତିବ୍ୟକ୍ତି ଲଭୁ ତାର ସ୍ବଚ୍ଛନ୍ଦ ବିକାଶ

ଅହିଂସାର ମହାମନ୍ତ୍ରେ ବାହିନିଏ ସଂସାର ତରଣୀ:

ମା ଭୈଃ  ମା ଭୈଃ 

ଶାନ୍ତିପଥେ ଯାତ୍ରୀ ଆରେ  ସାଥୀତୋର ଆଲାହ୍‌ ମେହର୍ବାନି।

ଆଲ୍‌ହ ମଜାଦାଁ ଜେହୋବା ରାମ; ଏକହିଁ ମାଲିକ୍‌ ତୁଝେ ପ୍ରଣାମ

 

ରାମ ରହିମ୍‌ ତେରା ନାମ॥ ସବ୍‌କୋ ସନ୍ମତି ଦେ ଭଗବାନ୍‌।




+ -

© Jataayu Charitable Trust
Site designed,developed & maintained by Tekons