ବ୍ୟାଘ୍ରୋକ୍ତି


ଆପାଣାର ଘୃଣା-ପୁଟ ଦେଇ

ତୁମେ ମୋର ଯେଉଁ କୁତ୍ସିତ ଚିତ୍ରପଟ ଆଙ୍କ

ମୁଁ ଆଦୌ ସେହିପରି ନୁହେଁ

ମୁଁ ହିଂସ୍ର ନୁହେଁ

 

ମୁଁ ଭଲପାଏ ଏହି ପର୍ବତ

ଆଉ ତାର ପଥର ଚଟାଣ,

ଏଇ ଜଙ୍ଗଲ ଆଉ ତା

ଅସଂଖ୍ୟ ବୁଦା,

ବାଁଶବଣ ଝରଣା କୁଳୁକୁଳୁ ଧ୍ବନି,

ଆଲୋକ ଅନ୍ଧାରର ଛାୟାଚିତ୍ର

 

ସତେ କି ସୁନ୍ଦର ସୃଷ୍ଟି

ନାନା ରଙ୍ଗ ଫୁଲ, ନାନା ଜାତି ଫଳ

ଭଳିକି ଭଳି ପକ୍ଷୀ ଆଉ

କିସମ କିସମ ଜୀବ ଜନ୍ତୁ

ସବୁଜ ଘାସ ଉପରେ ତାର ଭଳି

ଚକ୍ଚକ୍ଶିଶିରକଣା

ବେଳେ ବେଳେ ଡାଳ ପତର ଦୋହାଲାଇ ଦେଇ

ପବନ ପଳାଇ ଯାଏ ଦୂରକୁ ଦୂରକୁ

 

ସେ ସବୁ ଉପଭୋଗ କରିବାକୁ

ମୁଁ ଘୁରିବୁଲେ ପର୍ବତର ପାଦଦେଶ

ଆଉ ଚଢ଼େ ତା ତୀଖ ଶିଖରକୁ

ଦେଖିବାକୁ ସୂର୍ଯ୍ୟୋଦୟର ରକ୍ତିମ ବିକ୍ରମ,

ଗୋଧୂଳିର ଧୂସର ଅବସନ୍ନତା

ବିସ୍ତୀର୍ଣ୍ଣ ଉଦାର ପ୍ରକୃତି,

ତା ପ୍ରତିଟି ମୁହୂର୍ତ୍ତରେ

ଅଛି କେତେ ରୋମାଞ୍ଚକର ଅନୁଭୂତି

 

କ୍ଷୁଧାରେ ଯେବେ ଆତୁର ହୁଏଁ

ମୁଁ ଗର୍ଜନ ଛାଡେ-

ଇତସ୍ତତଃ ଜନ୍ତୁଙ୍କ ମଧ୍ୟରୁ

ଗୋଟିକୁ ମୋର ଖାଦ୍ୟଲାଗି ବାଛିନିଏ;

ରକ୍ତ ମାଂସ ହାଡରେ

 

କ୍ଷୁଧା ନିବାରଣ କରି




+ -

© Jataayu Charitable Trust
Site designed,developed & maintained by Tekons