ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ବାଜେ ବାଜେ
ଯୁଦ୍ଧଂ ଦେହି ଶଙ୍ଖ-
ପାଞ୍ଚାଳିର ବେନି ନେତ୍ରେ ଜଳିଉଠେ
ଦୁଃଶାର କଳଙ୍କ।
ପଶା କାଠି କଥା କହ।
ପ୍ରବଞ୍ଚନା କଥା କହ।
ବିବସନ କଥା କହ।
ନିର୍ବାସନ କଥା କହ।
ଜତୁଗୃହ କଥା କହ।
ଇନ୍ଦ୍ରପ୍ରସ୍ଥ କଥା କହ।
ଏକଛତ୍ର କଥା କହ।
ମୁଖ ବନ୍ଦ କଥା କହ।
ଛାପା ବନ୍ଦ କଥା କହ।
ସଭେଁ ଅନ୍ଧ କଥା କହ।
ବନ୍ଦୀଶାଳ କଥା କହ।
ଶୃଙ୍ଖଳିତ କଥା କହ।
ଆତଙ୍କିତ କଥା କହ।
ହେ ଭୟାର୍ତ୍ତ କଥା କହ।
ପାଞ୍ଚଜନ୍ୟ କଥା କହ।
ମୁକ୍ତକେଶୀ କଥା କହ।
କଥା କହ କଥା କହ।
ମୌନ୍ ମୁନି କଥା କହ।
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ବାଜେ ବାଜେ ଯୁଦ୍ଧଂ ଦେହି ଶଙ୍ଖ
ପାଞ୍ଚାଳିର ବେନି ନେତ୍ରେ ଜଳିଉଠେ ଦୁଃଶାର କଳଙ୍କ।
ଡି.ଆଇ.ଆର୍ କଥା କହ।
ମିଶା-ଆଇନ୍ କଥା କହ।
କାରାଗାର କଥା କହ।
ରେ ନାଚାର କଥା କହ।
କଥା କହ। କଥା କହ।
ଅନାଚାର କଥା କହ।
ଦୁରଚାର କଥା କହ।
ମିଥ୍ୟାଚାର କଥା କହ।
ସମାଚାର କଥା କହ।
ଅତ୍ୟାଚାର କଥା କହ।
ଅବିଚାର କଥା କହ।
ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ବାଜେ ବାଜେ ଯୁଦ୍ଧଂ ଦେହି ଶଙ୍ଖ
ପାଞ୍ଚାଳିର ବେନି ନେତ୍ରେ ଜଳିଉଠେ ଦୁଃଶାର କଳଙ୍କ।
ମାନବିକ ଅଧିକାର କଥା କହ।
ମୌଳିକ ତୋ ଅଧିକାର କଥା କହ।
ଷଡଯନ୍ତ୍ର କଥା କହ।
ଗଣତନ୍ତ୍ର କଥା କହ।