ବନ୍ଦକର ବାତାୟନ
ରୁଦ୍ଧ କର ରୁଦ୍ଧ କର ଦ୍ବାର;
ମୋତେ ଭଲ ଲାଗେ ଏହି ନିସ୍ତବ୍ଧତା,
ନଃସଙ୍ଗ ଅନ୍ଧାର।
ଶତଧା ବିଭକ୍ତ କରି
ମୁକ୍ତବକ୍ଷା ଏକକ ବସୁଧା
କରେ ମୁଁ ମସୁଧା ଗୂଢ଼
ମେଣ୍ଟାଇବି ଆସୁରୀ ମୋ କ୍ଷୁଧା
ତମସାଚ୍ଛାନ୍ନ ଗହ୍ବରେ;
ମୋ ଜିହ୍ବାରୁ କ୍ଷରେ ଯେ ଗରଳ,
ସେ ଗରଳ ମଧୁଚକ୍ରେ
ବିଷକନ୍ୟା ବୁଣେ ଇନ୍ଦ୍ରଜାଲ
ଏକାନ୍ତରେ।
ତାମସୀ ନାୟୀକା,
କରାଳବଦନୀ କ୍ରୂରା ଲୋଳନେତ୍ରୀ
ସର୍ବଗ୍ରାସୀ ଶିଖା।
ବିସ୍ତାରିତ ସାମ୍ରାଜ୍ୟର ଏକଛତ୍ର
ଆରେକ ଯଯାତି
ବିଷାଦର ମହାଯଜ୍ଞେ ବଧ୍ୟ ମୋର
ଲକ୍ଷ ପ୍ରଜାପତି।
ଚିରଂଜୀବି ମୁଁ ପରା ଇନ୍ଦ୍ରାଣୀ
ମନେହୁଏ ବାଷ୍ଟାଇଲ୍ ଦୁର୍ଗେ ପୁଣି
ମୁଁ ମେରୀ ଆଣ୍ଟୋନି।