ରାମରାଜ୍ୟ


ଅଂଗରେଜୀକୁ କଂଗରେସି ବଳିଲାରେ

ଇଏ କଳା ଭାଳୁ ସିଏ ଥିଲା ବାଘ

ଦୁଇ ଜାନୁଆର ହୋଇଗଲେ ସାଂଗ

ଗାଁଏ ଗାଁଏ ହେଲା ଜାଲିଆନାବାଗ

କଥା କଥାକେ ଗୁଳି ଚାଲିଲାରେ

 

ସୁଧ ଦେଇ ଖୁଦ ମିଳେ ଉଧାର

କପଡ଼ା ଛପିଲା କଉପିନି ସାର

ତେଲ ବିନା ମୁଣ୍ଡେ ଝୋଟ ହେଲା ବାଳ

ଭଲା ରାମ ରାଇଜ ମିଳିଲାରେ

 

ଜମିଦାର ରଜା ଚୋରା ବେପାରି

ଗାଦିରେ ବସିଲେ ଭଣ୍ଡ କୁଆଡ଼ି

ତଣ୍ଟିଚିପା ଧନେ ମଟର ଗାଡ଼ି

ଚଢ଼ି ମୁଢ଼ିଖିଆ କଥା ଭୁଲିଲାରେ

 

କାହିଁ ଲାଞ୍ଚମିଛ କାହିଁ ଜୁଆଜୋରି

କାହିଁ କାନ୍ତାରାଟି ସଙ୍ଗେ ଭାଗିଦାରୀ

କାହିଁ ଭଣଜାକୁ ଅଏସି ଚାକିରୀ

ପାପ ଧନରେ ଥଳି ଭରିଲାରେ

 

ଦେଶ ସେବା ବୋଲି ବଚନ ପାଲିସ

ତନିଗୁଣ ହେଲା ଠେଙ୍ଗୁଲି ପୁଲିସି

ଡ଼େଙ୍ଗାରେ ପିଟୁଛି ଶହେ ଚୌରାଳିଶ

କଳା ଜୁଲମରେ ଦେଶ ଥରିଲାରେ

 

ଦୋହାଲି କେଣ୍ଡା ଛୁଟିଗଲା ବାଆ

ଏକଜୁଟ ହେଲେ ହଳିଆ ମୂଲିଆ

ଲାଲଝଣ୍ଡା ଆସେ ହାତେ ଧରି ଦାଆ

 

କିଳାପୋତିଆଙ୍କ ଗାଦି ଟଳିଲାରେ




+ -

© Jataayu Charitable Trust
Site designed,developed & maintained by Tekons